ଧୂମ୍ରପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ
ଧୂମ୍ରପାନ ଅଟେ ଦୁର୍ବ୍ୟସନ,
ମୁଁହରେ ଲାଗଇ ନିଆଁ ।
ସ୍ୱାସ୍ଥ୍ୟ,ସଭ୍ୟତା,ଧନ ନାଶ ହୁଏ,
ତ୍ୟାଗ କରିଦିଅ ତାହା ।।
ବିଡି ସିଗାରେଟ ପିଇଲେ,
ଦୂଷିତ ହୁଅଇ ବାୟୁ ।
ଛାତି ହୋଇଯାଏ ଚାଲୁଣି ପରି,
ନାଶ ହୁଅଇ ଆୟୁ ।।
ରାତିଦିନ ରହେ ମନରେ,
ତମାଖୁର ହିଁ ସ୍ମୃତି ।
ଖାଦ୍ୟ -ପେୟରୁ ଅଧିକ କରେ,
ଧନ-ସମ୍ପତ୍ତି ଇତି ।।
କେବେ ଫୋଟୋକା ହୋଇଯାଏ,
ପୀଡା ହୁଅଇ ଅଙ୍ଗେ ।
କଣା ହୋଇଯାଏ ପୋଷାକ,
ନିଆଁ ପାଉଁଶର ସଙ୍ଗେ ।।
ଜଳୁଥିବା ବିଡି ଫିଙ୍ଗିବାରୁ,
ଲାଗିଲା କେଉଁଠି ନିଆଁ ।
ଲକ୍ଷ ଲକ୍ଷ ଟଙ୍କାର ସମ୍ପତି ଜଳେ,
ଦାଣ୍ଡରେ ହୁଅନ୍ତି ଠିଆ ।।
ଏପାଖେ ହେଲା ବିନାଶ,
ସେପଟେ କମିଲା ଉତ୍ପନ ।
ନଷ୍ଟ ହେଲା ଅନେକ କ୍ଷେତ,
ନ ମିଳିଲା ସେଠୁ ଅନ୍ନ ।।
ତମାଖୁ ବିଲରେ ଯଦି,
ଅମଳ ହେବ ଅନ୍ନ ।
ହଜାର ହଜାର ପେଟ ଭରିବ,
ମନ ରହିବ ପ୍ରସନ୍ନ ।।
ରଚନାତ୍ମକ କାର୍ଯ୍ୟ ଯଦି,
କରନ୍ତି ବିଡିର ମଜୁରିଆ ।
ତେବେ କୁଡ଼ିଆ ଚାଳ ସ୍ଥାନରେ,
ମହଲ ହୁଅନ୍ତା ଠିଆ ।।
ବଞ୍ଚି ଥାଉ ଥାଉ କାହିଁକି ଦିଅ,
ନିଜ ମୁଁହରେ ନିଆଁ ।
ଆପଣା-ପରର ହିତ ପାଇଁ,
ଛାଡିଦିଅ ଧୂଆଁପିଆ ।।
●●●●●●●●●●●●●●●●●●●●●●●●●●●●●●●●●
Wow nice poetry about smoking
ReplyDeleteNice poet
ReplyDelete